Author: Ayesha Debnath

Benefits Of Laughing: ହସ ଜୀବନର ସବୁଠୁ ସୁନ୍ଦର ଆଭୂଷଣ ଯାହାକୁ ଯିଏ ଯେତେବେଳେ ଚାହିଁବ ପିନ୍ଧିପାରିବ। ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ସେମାନେ ହସିବାକୁ ଭୁଲି ଯାଇଛନ୍ତି। ହସିବା ଯେ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ, ବରଂ ଏହା ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ହସୁଥିବା ଲୋକକୁ ଯିଏ ଦେଖେ ତା’ ଭିତରେ ମଧ୍ୟ ହସିବାର ଏକ ଉତ୍ସାହ ଜନ୍ମେ। ପ୍ରତିଦିନ ହସିବା ଦ୍ୱାରା ଅନେକ ଫାଇଦା ମଧ୍ୟ ହୁଏ। ଆପଣ ଜାଣନ୍ତି କି, ବୟସ୍କମାନେ ହାରାହାରି ଦିନକୁ ୨୦ ଥର ହସନ୍ତି। ଗୋଟିଏ ଅଧ୍ୟୟନରୁ ଜଣାପଡ଼ିଛି ଯେ ଛୋଟ ପିଲାମାନେ ଦିନକୁ ୪୦୦ ଥର ପର୍ଯ୍ୟନ୍ତ ହସନ୍ତି। ଆସନ୍ତୁ ଜାଣିବା ପ୍ରତିଦିନ ହସିଲେ କ’ଣ ଫାଇଦା ମିଳିଥାଏ ହୃଦସ୍ପନ୍ଦନ ଏବଂ ରକ୍ତଚାପ ହ୍ରାସ: ଅନୁସନ୍ଧାନକାରୀଙ୍କ ମତରେ ଏକାଧିକ କାର୍ଯ୍ୟ କରିବା ସମୟରେ ହସିବା…

Read More