Author: NAZMEEN PARWEEN

ଶିକ୍ଷା ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଏହା କେବଳ ଚାରିକାନ୍ଥ ମଧ୍ୟରେ କିମ୍ବା ପାଠ୍ୟପୁସ୍ତକର କେତୋଟି ପୃଷ୍ଠା ମଧ୍ୟରେ ସୀମିତ ନୁହେଁ। ଜଣେ ଛାତ୍ରର ପ୍ରକୃତ ବୌଦ୍ଧିକ ବିକାଶ ସେତେବେଳେ ହୋଇଥାଏ, ଯେତେବେଳେ ସେ ନିଜ ସମାଜ, ଦେଶ ଏବଂ ବିଶ୍ୱର ସାମ୍ପ୍ରତିକ ଘଟଣାବଳୀ ସହ ପରିଚିତ ହୁଏ। ପିଲାଦିନେ ଶୁଦ୍ଧ ଓଡ଼ିଆ ପଢ଼ିବା ଓ ଲେଖିବା ସହିତ ବିଭିନ୍ନ ପ୍ରକାରର ଶବ୍ଦ ସହିତ ପରିଚିତ ହେବା ପାଇଁ ଖବର କାଗଜ ପଢ଼ିବାକୁ କୁହାଯାଉଥିଲା। ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ‘ଖବରକାଗଜ ପଠନ’କୁ ବାଧ୍ୟତାମୂଳକ କରି ଏକ ଅଭିନବ ଶିକ୍ଷାଗତ ବିପ୍ଳବ ଆରମ୍ଭ କରିଛନ୍ତି। ତେଣୁ ଆମର ପ୍ରଶ୍ନ ଓଡ଼ିଶାରେ କେବେ? ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ। ୧. ଉତ୍ତର ପ୍ରଦେଶ ସରକାରଙ୍କ ନୂତନ ନିର୍ଦ୍ଦେଶନାମା ୟୁପିର ମୌଳିକ ଶିକ୍ଷା ବିଭାଗ ଏହି ନିୟମକୁ ଅତି ସୁବ୍ୟବସ୍ଥିତ ଢଙ୍ଗରେ ଲାଗୁ କରିଛି।…

Read More