Author: NAZMEEN PARWEEN

ଓଡ଼ିଶା ରାଜନୀତିର ଦୀର୍ଘ ଇତିହାସରେ କଂଗ୍ରେସ ଏକ ଅଜବ ସନ୍ଧିକ୍ଷଣ ଦେଇ ଗତି କରୁଛି। ୨୦୨୪ ସାଧାରଣ ନିର୍ବାଚନରେ ଲଗାତାର ଷଷ୍ଠଥର ପାଇଁ ପରାଜୟର ସ୍ୱାଦ ଚାଖିବା ପରେ ଦଳ ଯେଉଁ ‘କବନ୍ଧ’ ସଦୃଶ ଅବସ୍ଥାକୁ ଚାଲିଯାଇଥିଲା, ୨୦୨୫ର ପ୍ରାରମ୍ଭରେ ସେଥିରେ ଏକ ନୂତନ ଜୀବନ ସଞ୍ଚାର ହୋଇଥିଲା। କିନ୍ତୁ ବର୍ଷ ଶେଷ ବେଳକୁ ସେହି ପୁରୁଣା ‘ଗୋଷ୍ଠୀ କନ୍ଦଳ’ର କ୍ୟାନସର ପୁଣିଥରେ ଦଳର ଶରୀରକୁ ଗ୍ରାସ କରିବାକୁ ଆରମ୍ଭ କରିଛି। ଫଳରେ ଫେବୃଆରୀର ଯେଉଁ ଉଷ୍ମତା କଂଗ୍ରେସ କର୍ମୀଙ୍କ ରକ୍ତ ଗରମ କରିଥିଲା, ଡିସେମ୍ବରର ଶୀତୁଆ ସନ୍ଧ୍ୟାରେ ତାହା ଶେଷକୁ ଥଣ୍ଡା ପଡ଼ିଯାଇଛି।  ଭକ୍ତଙ୍କ ନେତୃତ୍ୱ ଓ ନୂତନ ରଣନୀତି ୨୦୨୫ ଫେବୃଆରୀରେ ପିସିସି ସଭାପତି ଭାବେ ଦାୟିତ୍ୱ ନେଇଥିଲେ ଅଭିଜ୍ଞ ନେତା ଭକ୍ତ ଚରଣ ଦାସ। ୮୦ ଦଶକର ଜନତା ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଭକ୍ତଙ୍କ ପାଖରେ ସଂଗଠନ ଓ ଆନ୍ଦୋଳନର ପର୍ଯ୍ୟାପ୍ତ ଅଭିଜ୍ଞତା…

Read More