Author: NAZMEEN PARWEEN

ଭାରତୀୟ ଜନତା ପାର୍ଟି ରାଜ୍ୟରେ ଶାସନ କରୁଛି। ଏ ଶାସନକୁ ୧୮ ମାସ ବି ବିତିଗଲାଣି। ହେଲେ ଯେଉଁ ପ୍ରତିଶ୍ରୁତି ଓ ଶୃଙ୍ଖଳା ରକ୍ଷା ଲାଗି ବିଜେପି ଭୋଟ୍‍ ଜିଣିଥିଲା ତାହା ସାକାର ହୋଇପାରିନାହିଁ। ଲୋକ ଯେଉଁ ଆଶାରେ ବିଜେପି ସରକାରଙ୍କୁ ଅପେକ୍ଷା କରୁଥିଲେ ତାହା ହୋଇପାରିନାହିଁ। ଖାଲି ସାଧାରଣ ଭୋଟର ନୁହେଁ ବିଜେପିର କର୍ମୀ ଓ ନେତାମାନେ ମଧ୍ୟ ଏହି ୧୮ ମାସର ସରକାରରେ ନିଜର ସତ୍ତା ଖୋଜି ପାଉନାହାନ୍ତି। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ଉତ୍କଟ ହୋଇଛି। ବୃହତ୍‍ ଖଣିଜ ପଦାର୍ଥ କଥା ଛାଡ଼ନ୍ତୁ ସାଧାରଣ ଲୋକଙ୍କ ଘର ତିଆରିରେ ଲାଗୁଥିବା ଲଘୁ ଖଣିଜ ପରିଚାଳନାରେ ମଧ୍ୟ ସଫଳ ହୋଇ ପାରିନାହାନ୍ତି ରାଜ୍ୟ ସରକାର। ୨୦୨୫ ସମ୍ପୂର୍ଣ୍ଣ ବର୍ଷଟିକୁ ତର୍ଜମା କରିଲେ ଜଣାଯାଏ ଏହା ଯେମିତି ବିଜେପି ପାଇଁ ଏକ ବିଫଳ ବର୍ଷ ରହିଛି।  ୧ ରାଜନୀତିକ ଥଇଥାନ ରାଜନୀତିକ ପୃଷ୍ଠଭୂମିରେ ନେତା ଓ କର୍ମୀଙ୍କୁ…

Read More