Author: NAZMEEN PARWEEN

ଓଡ଼ିଆରେ ଗୋଟିଏ ରୁଢିବାକ୍ୟ ଅଛି , ନଈ ନ ଦେଖୁଣୁ ନଗ୍ନ ହେବା । ଯାହାର ଅର୍ଥ ହେଉଛି ସମସ୍ୟା କିଛି ଥାଉ କି ନଥାଉ କ’ଣ ହେବ କ’ଣ ହେବ ଭାବି ଆଗରୁ ହିଁ ଡରିଯିବା। ଯାହାକୁ ଓଡ଼ିଆରେ ବାରମ୍ବାର ଗୋଟିଏ କଥାକୁ ଚିନ୍ତା କରିବା ବୋଲି କୁହାଯାଉଥିବା ବେଳେ ଇଂରାଜୀରେ ‘ଓଭରଥିଙ୍କିଙ୍ଗ୍’ ବୋଲି କୁହାଯାଏ। ନାଁଟି ସିନା ଛୋଟ ଆଜ୍ଞା ହେଲେ ଏହାର ପ୍ରଭାବ ବିଷଧର ସାପଠୁ ବି କମ୍ ନୁହଁ। ମନ, ମସ୍ତିଷ୍କରେ ଗୋଟିଏ କଥାକୁ ଦଳିଚକଟି ଏମିତି ରୂପ ଦିଆଯାଏ ଯେ ଯାହାର ବାସ୍ତବତା ନଥାଇ ମଧ୍ୟ ସବୁ ସତ ପରି ଲାଗେ। ମୁଣ୍ଡ ଉପରେ ବଡ଼ ବୋଝ ପଡ଼ିଲା ପରି ଲାଗେ। ଗୋଟିଏ କଥାକୁ ବାରମ୍ବାର ଭାବିଲେ ଥକ୍କାପଣ ଅନୁଭବ ହୁଏ। ମାନସିକ ରୋଗକୁ ହ୍ବିସିଲ୍ ମାରି ଡାକୁଥିବା ଏ ଅଯଥା ଚିନ୍ତା ଚାପର ପ୍ରଥମ ଷ୍ଟେଜ୍ କହିଲେ କିଛି ଭୁଲ୍ ହେବନି।  ଆଜ୍ଞା…

Read More