Author: NAZMEEN PARWEEN

ପ୍ରତିଟି ରୋଷେଇ ଘରର ପରିବା ଝୁଡ଼ିର ରାଜା ହେଉଛି ଆଳୁ । ଆଳୁ ନଥିଲେ କିଛି ହେବନି । ଭଜାରୁ ଆରମ୍ଭ କରି ଭରତା ପର୍ଯ୍ୟନ୍ତ ସଭିଁଙ୍କୁ କିମିଆ କରିଛି ଆଳୁ । ଏମିତିକି ବଡ଼ ବଡ଼ ମଲ୍ , ରେସ୍ତୋରାଁର ଫୁଡ୍ କୋର୍ଟରେ ମଧ୍ୟ ଆଳୁର ଚାହିଦା କାହିଁରେ କେତେ । ଆଳୁରେ ପ୍ରସ୍ତୁତ ଫ୍ରେଞ୍ଚ୍ ଫ୍ରାଇସ୍ ଖାଇବାକୁ ତ ଛୋଟପିଲା ଯେମିତି ପାଗଳ । କିନ୍ତୁ ଫ୍ରେଞ୍ଚ୍ ଫ୍ରାଇସକୁ ଲଗାତାର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼େ । ଏହା ଆମେ ନୁହଁ ଆଜ୍ଞା ଡାକ୍ତର କହୁଛନ୍ତି । ‘ଦ ଆମେରିକାନ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍’ ମୁତାବକ ୪୫୦୦ ଜଣ ଯୁବବର୍ଗଙ୍କ ଉପରେ ଯେତେବେଳେ ଷ୍ଟଡି କରାଗଲା ଏକ ଚକିତ କରିଦେଲା ଭଳି ଖବର ସାମ୍ନାକୁ ଆସିଲା । ରିପୋର୍ଟରେ କୁହାଗଲା କି ଯେଉଁ ଲୋକମାନେ ପ୍ରତି ସପ୍ତାହରେ ଫ୍ରେଞ୍ଚ୍ ଫ୍ରାଇସକୁ ୨…

Read More