Author: NAZMEEN PARWEEN

ବଲିଉଡର ଝକାସ ଅଭିନେତା ଭାବରେ ପ୍ରସିଦ୍ଧ ଅନୀଲ କପୁର। ତାଙ୍କ ଜନ୍ମଦିନ ଏବଂ ଆଜି ସେ ତାଙ୍କ ଜୀବନର ୬୮ ବର୍ଷ ପୂରଣ କରିଛନ୍ତି। କିନ୍ତୁ ତାଙ୍କୁ ଦେଖିଲେ ଆପଣ ଅନୁମାନ କରିପାରିବେ ନାହିଁ ଯେ ତାଙ୍କୁ ଏତେ ବୟସ ହେଲାଣି । ଅନୀଲ ଏକ ଦଶନ୍ଧି ଧରି ପରଦାରେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ହେଲେ ଏପରି ଏକ ସମୟ ଥିଲା ଯେତେବେଳେ ଅଭିନେତାଙ୍କୁ ଚା ଏବଂ ଗ୍ୟାରେଜ ରୁମରେ ସମୟ କାଟିବାକୁ ପଡୁଥିଲା, କିନ୍ତୁ ଆଜି ସେ କୋଟି କୋଟି ମୂଲ୍ୟର ମାଲିକ ହୋଇପାରିଛନ୍ତି । ଅନୀଲଙ୍କ ପିତା ଥିଲେ ପୃଥୀରାଜ କପୁରଙ୍କ ସମ୍ପର୍କୀୟ ଭାଇ ଅନୀଲ କପୁରଙ୍କ ପିତା ସୁରେନ୍ଦ୍ର କପୁର ଜଣେ ଚଳଚ୍ଚିତ୍ର ନିର୍ମାତା । ରଣବୀର କପୁରଙ୍କ ଅଣ ଜେଜେବାପା ପୃଥୀରାଜ କପୁର ସମ୍ପର୍କୀୟ ଭାଇ ଥିଲେ। ସୁରେନ୍ଦ୍ର କପୁର ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଥିଲେ। କିନ୍ତୁ ସେ ହିନ୍ଦୀ ସିନେମାରେ ନିଜର ପରିଚୟ ସୃଷ୍ଟି…

Read More