Author: NAZMEEN PARWEEN

ଗତ ଦୁଇ ଦିନ ତଳେ ବର୍ଷା ହୋଇ ବହୁ ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ଆଗକୁ ପୁଣି ବର୍ଷା ଆସୁଛି । ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ହୋଇପାରେ । ୨୪ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।  ୨୫ ତାରିଖରେ ବି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୫ରେ ୫ଟି ଜିଲ୍ଲାରେ ଭାରୀ ବର୍ଷା  ହୋଇପାରେ ବୋଲି ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।  ପାଣିପାଗ ବିଭାଗର ପୂର୍ବାନୁମାନ  ଅନୁସାରେ, ବାୟୁମଣ୍ଡଳରେ ପବନର  ଦିଗ ପରିବର୍ତ୍ତନ ଯୋଗୁ ୨୪ ଓ  ୨୫ରେ ବର୍ଷା ହେବ । ୨୪ରେ ରାୟଗଡ଼ା, ଗଜପତି, ଗଞ୍ଜାମ,  ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର,  କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ,  ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼, କୋରାପୁଟ, ମାଲକାନଗିରି ଓ କନ୍ଧମାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର…

Read More