Author: NAZMEEN PARWEEN

ଭାରତରେ ଅଧିକାଂଶ ରୋଗ ତେଲିଆ ଖାଦ୍ୟ ଯୋଗୁଁ ହେଉଛି। ମୋଟାପଣ, ଉଚ୍ଚ କୋଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ, ଡାଇବେଟିଜ ଏବଂ ହାର୍ଟଆଟାକ ଭଳି ରୋଗ ସାମିଲ ରହିଛି। ଏମିତି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ଆଜିକାଲି ନନ୍‌ ଷ୍ଟିକ ବାସନର ବ୍ୟବହାର କରୁଛନ୍ତି। ଏହି ବାସନରେ ଭୋଜନ ପ୍ରସ୍ତୁତ କରିବା ଦ୍ୱାରା କମ୍‌ ତେଲ ବ୍ୟବହାର ହୋଇଥାଏ । ଏହି ନନଷ୍ଟିକ ତାଓ୍ଵାରେ ରୋଷେଇ କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। କିନ୍ତୁ ଏଥିରେ ସବୁଠାରୁ ବଡ ସମସ୍ୟା ହେଉଛି ଏହାକୁ ସଫା କରିବାରେ। ଭୁଲ ଉପାୟରେ ସଫା କଲେ ଏହାର କୋଟିିଂ ହଟିଯାଇଥାଏ ଏବଂ ଏହା ଖରାପ ହୋଇଯାଇଥାଏ। ଏହି ବାସନରେ ତେଲ କମ୍‌ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ ବାସନରେ ଚିକ୍କଣ କମ୍‌ ରହିଥାଏ। ଏହାସତ୍ତ୍ୱେ ମଧ୍ୟ ଏହିସବୁ ବାସନକୁ ସଫା କରିବା ସମୟରେ ବିଶେଷ ଧ୍ୟାନ ରଖିବା ଉଚିତ। ନଚେତ ବାସନର କାଷ୍ଟିଂ ଖରାପ…

Read More