Author: NAZMEEN PARWEEN

ବେଆଇନ ଗଞ୍ଜେଇ ଚାଷ ଉପରେ ଚାଲିଥିବା ଚଢ଼ଉରେ ଓଡ଼ିଶା ପୁଲିସ ୧.୭୭ କୋଟିରୁ ଅଧିକ ଗଞ୍ଜେଇ ଗଛକୁ ସଫଳତାର ସହ ନଷ୍ଟ କରିଛି। ୨୦୨୪ ଡିସେମ୍ବରରେ ଶେଷ ହୋଇଥିବା ଏହି ସ୍ୱତନ୍ତ୍ର ଅପରେସନରେ ୧୫,୦୦୦ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ ହୋଇଥିବା ସୋମବାର ଏକ ସରକାରୀ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ବେଆଇନ ଗଞ୍ଜେଇ ଚାଷ କୁ ନେଇ ପୁଲିସ ମୋଟ ୩୫୦ଟି ମାମଲା ରୁଜୁ କରିଛି। ଏହି କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ବେଆଇନ ଗଞ୍ଜେଇ ଚାଷ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ବୌଦ୍ଧରେ ସର୍ବାଧିକ ୧୧୨ଟି ମାମଲା ଏବଂ ୫୪୦୦ ଏକରରୁ ଅଧିକ ଗଞ୍ଜେଇ ନଷ୍ଟ ହୋଇଛି। ଗଜପତିରେ ୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୧ହଜାର ଏକରରୁ ଅଧିକ ବେଆଇନ ଗଞ୍ଜେଇ ଫସଲ ଉଚ୍ଛେଦ ହୋଇଛି। ଏହି ପ୍ରୟାସକୁ ପ୍ରଶଂସା କରି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇବି…

Read More