Author: NAZMEEN PARWEEN

ଓଡ଼ିଶାକୁ ଏକ ବିଶ୍ୱ ବିମାନ ଚଳାଚଳ କେନ୍ଦ୍ର ଭାବେ ମାନ୍ୟତା ଦେବାର ମହତ୍ୱାକାଂକ୍ଷୀ ଯୋଜନାରେ ରାଜ୍ୟ ସରକାର ରକ୍ଷଣାବେକ୍ଷଣ, ମରାମତି ଓ ଓଭରହୋଲ୍ (ଏମ୍ଆର୍ଓ) ସୁବିଧାର ବିକାଶ ପାଇଁ ମୁଖ୍ୟ ଅଂଶୀଦାରମାନଙ୍କ ସହ ଏକ ପରାମର୍ଶଦାତା ବୈଠକ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଏହି ଉଚ୍ଚସ୍ତରୀୟ ଆଲୋଚନାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ସମେତ ଜିଏମ୍ଆର୍ ଗ୍ରୁପ୍, ଷ୍ଟାର୍ ଏୟାର, ସଫ୍ରାନ୍, ମ୍ୟାକ୍ସ ଏରୋସ୍ପେସ୍, ପ୍ରିଟ୍ନି ଏରୋସ୍ପେସ୍ ଏବଂ ଏମ୍ ଆର୍ ଓ ଆସୋସିଏସନ୍ ଅଫ୍ ଇଣ୍ଡିଆ ସମେତ ବିଶିଷ୍ଟ ଶିଳ୍ପ ସଂସ୍ଥା, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ଶିଳ୍ପ ନୀତି ସଂକଳ୍ପ (ଆଇପିଆର) ୨୦୨୨ ଅଧୀନରେ ଓଡ଼ିଶାକୁ ଏମଆରଓ ଅପରେଟର, ମୂଳ ଉପକରଣ ନିର୍ମାତା (ଓଇଏମ୍) ଏବଂ ପୂର୍ବାଞ୍ଚଳର ଏୟାରଲାଇନ୍ସମାନଙ୍କ ପାଇଁ ଏକ ପସନ୍ଦର ଗନ୍ତବ୍ୟସ୍ଥଳ ଭାବରେ…

Read More