What's Hot
Author: NAZMEEN PARWEEN
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ମାଝୀଙ୍କୁ ତୃଣମୂଳ ସ୍ତରର ନେତା ଭାବେ ବର୍ଣ୍ଣନା କରି ମୋଦୀ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ କହିଛନ୍ତି ଯେ ଜନସେବା ଓ ଗରିବଙ୍କୁ ସଶକ୍ତ କରିବାରେ ମୁଖ୍ୟମନ୍ତ୍ରୀ ଅଗ୍ରଣୀ ରହିଛନ୍ତି। ଓଡ଼ିଶାର ପ୍ରଗତି ପାଇଁ ସେ ଉଲ୍ଲେଖନୀୟ ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓଡ଼ିଶାର ପରିଶ୍ରମୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ଜନ୍ମଦିନଅବସରରେ ଶୁଭେଚ୍ଛା। ତୃଣମୂଳ ସ୍ତରର ନେତା ଭାବେ ସେ ଜନସେବା ଓ ଗରିବଙ୍କୁ ସଶକ୍ତ କରିବାରେ ଅଗ୍ରଣୀ ରହିଛନ୍ତି। ଓଡ଼ିଶାର ପ୍ରଗତି ପାଇଁ ସେ ଉଲ୍ଲେଖନୀୟ ପ୍ରୟାସ କରୁଛନ୍ତି। ତାଙ୍କ ଦୀର୍ଘ।ୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ମୋଦିଙ୍କ ଏହି ପୋଷ୍ଟଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ତାଙ୍କ ଏବଂ ଅନ୍ୟମାନଙ୍କୁ ଜନସେବା ଯାତ୍ରାରେ ପ୍ରେରଣା ଦେଉଛି…
