Author: NAZMEEN PARWEEN

ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା କୁମ୍ଭମେଳା ଦୁନିଆର ସବୁଠୁ ବଡ଼ ଧାର୍ମିକ ଏବଂ ସାଂସ୍କୃତିକ ଆୟୋଜନ ଭିତରୁ ଏକ । ଚଳିତବର୍ଷ ପ୍ରୟାଗରାଜର ସଙ୍ଗମ ତଟରେ ଜାନୁଆରୀ ୧୩ , ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ କୁମ୍ଭମେଳା । ଏହି ମେଳାରେ ଦେଶବିଦେଶରୁ ଲୋକ ଭାରତୀୟ ସଂସ୍କୃତିକୁ ଅତି ନିକଟରୁ ଦେଖିବା ଏବଂ ପବିତ୍ର ସଙ୍ଗମ ତଟରେ ସ୍ନାନ କରିବା ପାଇଁ ଆସିଥାନ୍ତି । କୁମ୍ଭମେଳାରେ ସାମିଲ୍ ହେବାକୁ ଆସିଥିବା ନାଗାସାଧୁ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଛାଡିଦିଅନ୍ତି । ନାଗାସାଧୁଙ୍କ ବେଶଭୂଷା ,ଦିନଚର୍ଯ୍ୟାକୁ ଦେଖି ସେମାନଙ୍କ ଜୀବନ କିଭଳି ହୋଇଥିବ ଏହା ଜାଣିବାକୁ ସବୁବେଳେ ତତ୍ପର ଥାଆନ୍ତି ଲୋକେ ।   ଅର୍ଦ୍ଧକୁମ୍ଭ ,ମହାକୁମ୍ଭରେ ହୁଂକାର ଭରିବା ପାଇଁ ଦେହରେ ଭସ୍ମ ଲଗାଇ ନାଚି ଗାଇ କୁମ୍ଭମେଳାର ପବିତ୍ର ମାସରେ ଭାରତର କୋଣ ଅନୁକୋଣରୁ ଛୁଟି ଆସନ୍ତି ନାଗାସାଧୁ । କିନ୍ତୁ କୁମ୍ଭମେଳା…

Read More