Author: NAZMEEN PARWEEN

ବାଲେଶ୍ୱର କମର୍ଦ୍ଦା ନୋଡାଲ ହାଇସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ର ବାର୍ଷିକ ପ୍ରତିଯୋଗିତା ବେଳେ ଜଣେ ସହପାଠୀଙ୍କୁ ଛୁରାମାଡ଼ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି। ପୁଲିସ ତଦନ୍ତ ଜାରି ରଖିଛି। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ନୋଡାଲ ହାଇସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ର ନିଜ ସହପାଠୀଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସ୍କୁଲର ବାର୍ଷିକ ପ୍ରତିଯୋଗିତା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁତର ଆହତ ହୋଇଥିବା ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କୌଣସି କଥାକୁ ନେଇ ଉଭୟ ଛାତ୍ରଙ୍କ ମଧ୍ୟରେ ମତଭେଦ ହୋଇଥିଲା, ଯାହା ପରେ ଶାରୀରିକ ଝଗଡ଼ାରେ ପରିଣତ ହୋଇଥିଲା। ଆଜିର ଆକ୍ରମଣ ଯୋଜନାବଦ୍ଧ ହୋଇଥାଇପାରେ, ଯେଉଁଥିରେ ଜଣେ ଛାତ୍ର ଅନ୍ୟଜଣଙ୍କୁ ଟାର୍ଗେଟ କରିବା ପାଇଁ ଛୁରୀ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ…

Read More