Author: NAZMEEN PARWEEN

ଦଫା ଦାବି ପୂରଣ ଦାବିରେ ଏନ୍ଟିପିସି ସଂଯୁକ୍ତ କଣିହା ଖୋଲା କୋଇଲା ଖଣିର କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି ଜରଡ଼ା ଗ୍ରାମବାସୀ। ସେମାନଙ୍କ ଥଇଥାନ ଦାବିର ସମାଧାନରେ ବିଳମ୍ବ ହେଉଥିବା ଅଭିଯୋଗ କରି ସକାଳେ ଗ୍ରାମବାସୀ ଖଣି ଭିତରକୁ ଯାଇ ଧାରଣା ଦେଇଥିଲେ। ଫଳରେ ଖଣିରେ କୋଇଲା ଉତ୍ପାଦନ ଓ ନିଷ୍କାସନ ବନ୍ଦ ହୋଇଯାଇଥିଲା। ଜରଡ଼ାକୁ ୧୭ ବର୍ଷ ତଳେ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ (ଏମ୍ ସିଏଲ୍) ଅଧିଗ୍ରହଣ କରିଥିଲେ ହେଁ ଥଇଥାନ ପାଇଁ ଉପଯୁକ୍ତ ଜାଗା ନଥିବାରୁ ସେମାନେ ଏବେ ବି ଗାଁରେ ରହୁଛନ୍ତି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଉଭୟ ରାଜ୍ୟ ସରକାର ଓ ଏମ୍ ସିଏଲ୍ ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ ପରେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉପଯୁକ୍ତ ସ୍ଥାନ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଆନ୍ଦୋଳନକାରୀ ଶରତ ଚନ୍ଦ୍ର ବେହେରା କହିଛନ୍ତି, ଥଇଥାନ ସମସ୍ୟା ବ୍ୟତୀତ ଗାଁର ପ୍ରାୟ ୨୦୦ ଭୂମିହୀନଙ୍କୁ ଏପର୍ଯ୍ୟନ୍ତ…

Read More