What's Hot
Author: NAZMEEN PARWEEN
ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କାରଖାନା ପାଇଁ ସ୍ଥାୟୀ ବକ୍ସାଇଟ୍ ଖଣି ଆବଣ୍ଟନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ଦାବି କରିଛନ୍ତି। ବେଦାନ୍ତର ଆଲୁମିନା ବିଶୋଧନାଗାରକୁ ନିରବଚ୍ଛିନ୍ନ ବକ୍ସାଇଟ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ କଳାହାଣ୍ଡିରେ ଏକ ଶୋଭାଯାତ୍ରାରେ ବାହାରି ଥିବା ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି କାରଖାନାର ସଠିକ କାର୍ଯ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେମାନେ ମତ ବ୍ୟକ୍ତ କରିଥିଲେ। ତେଣୁ ପ୍ଲାଣ୍ଟପାଇଁ ବକ୍ସାଇଟ୍ ର ନିୟମିତ ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଦରକାର ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଶୋଭାଯାତ୍ରା ରେ ବାହାରି ଅଞ୍ଚଳରେ ଏକତ୍ରିତ ହୋଇ ଦାବି ଉପସ୍ଥାପନ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲାପାଳ ଏବଂ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ…
