Author: NAZMEEN PARWEEN

ପ୍ରବାସୀ ଭାରତୀୟ ଦିବସ (ପିବିଡି) ୧୮ତମ ସମ୍ମିଳନୀ ସ୍ଥଳ ଜନତା ମଇଦାନରୁ ପ୍ରବାସୀ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦ୍ ଘାଟନୀ ଯାତ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭର୍ଚୁଆଲ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ମହାତ୍ମା ଗାନ୍ଧୀ ଭାରତ ଫେରିବାର ବାର୍ଷିକୀ ହେଉଛି ଏହି ତାରିଖ। ଏହି ଟ୍ରେନ୍ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଅଯୋଧ୍ୟା, ପାଟନା, ଗୟା, ବାରଣାସୀ, ମହାବଳୀପୁରମ, ରାମେଶ୍ୱରମ୍, ମଦୁରାଇ, କୋଚି, ଗୋଆ, ଏକତା ନଗର (କେଭାଡିଆ), ଆଜମେର, ପୁଷ୍କର ଏବଂ ଆଗ୍ରା ସମେତ ଭାରତର ପର୍ଯ୍ୟଟନ ଏବଂ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଏକାଧିକ ଗନ୍ତବ୍ୟସ୍ଥଳକୁ ତିନି ସପ୍ତାହ ପାଇଁ ଯାତ୍ରା ଆରମ୍ଭ କରିଥାଏ । ଏଥିରେ ୧୫୬ ଜଣ ଯାତ୍ରୀ ରହିପାରିବେ ଭାରତୀୟ ରେଳକ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା (ପିଟିଡିୱାଇ)…

Read More