Author: NAZMEEN PARWEEN

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି (ସିଆରଆଇଏଫ୍) ଯୋଜନାରେ ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ଓଡ଼ିଶାରେ ୪୨ଟି ପ୍ରମୁଖ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ଠପ୍ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ମାସ ମଧ୍ୟରେ କୌଣସି ପାଣ୍ଠି ପ୍ରଦାନ କରାଯାଇ ନ ଥିବାରୁ ୪୨ଟି ପ୍ରମୁଖ ପ୍ରକଳ୍ପର କାମ ପ୍ରାୟତଃ ଠପ୍ ହୋଇଯାଇଛି। ଫଳରେ ରାଜ୍ୟରେ ଗତ ପାଖାପାଖି ୫ ମାସ ହେଲା ରାସ୍ତା କାମ ରେ କୌଣସି ଅଗ୍ରଗତି ହୋଇପାରିନାହିଁ। ଠିକାଦାରଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଉନାହିଁ। ପାଣ୍ଠି ପ୍ରଦାନରେ ବିଳମ୍ବ ନେଇ ଅନେକ ଠିକାଦାର ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ ସୁଫଳ ମିଳିନାହିଁ। କିଛି ଠିକାଦାର ଦାବି କରିଛନ୍ତି ଯେ କିଛି ଦିନ ତଳେ କେନ୍ଦ୍ର ସରକାର ୧୬୫ କୋଟି ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ସେମାନଙ୍କୁ କୌଣସି ଟଙ୍କା…

Read More