Author: NAZMEEN PARWEEN

 ମାଲକାନଗିରି ଜିଲ୍ଲାରେ ଲୁଟେରାମାନେ ଏକ ଦୋକାନରେ ପଶି ଦେଢ଼ କୋଟିରୁ ଅଧିକ ଟଙ୍କାର ମୋବାଇଲ  ଫୋନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସହରର ସବୁଠାରୁ ବଡ଼ ମୋବାଇଲ ଦୋକାନ କୁହାଯାଉଥିବା ଓମ୍ ମୋବାଇଲ୍ କେୟାରରେ ବୁଧବାର ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଦୋକାନ ଟି ଥାନାଠାରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ । ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଭୋର ପ୍ରାୟ ସାଢ଼େ ୩ଟା ବେଳେ ଚୋରମାନେ ଦୋକାନର ପଛ କାନ୍ଥ ଭାଙ୍ଗି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୋକାନ ଭିତରକୁ ପଶି ଏକ ବ୍ୟାଗରେ ଦାମୀ ମୋବାଇଲ୍ ଫୋନ୍ ଭର୍ତ୍ତି କରି ବାହାରେ ଅପେକ୍ଷା କରିଥିବା ଦୁଇ ଜଣ ସହଯୋଗୀଙ୍କୁ ହସ୍ତାନ୍ତର କରିଥିଲେ। ଚୋରମାନେ ୨୦ ହଜାରରୁ ୧ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ଚୋରି କରି ନେଇଥିଲେ। ସକାଳେ ଦୋକାନ ମାଲିକ ଘଟଣାସ୍ଥଳପରିଦର୍ଶନ କରିବା ପରେ…

Read More