Author: NAZMEEN PARWEEN

କିଟ୍-କିସ୍ ପରିସରରେ ବୁଧବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିଆ ସାଇକେଲିଂ ଭେଲୋଡ୍ରମ୍ କୁ ଉଦ୍ ଘାଟନ କରିଛନ୍ତି। ସାଇକେଲ ଚାଳନାରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ପ୍ରାପ୍ତ ମିନତି ମହାପାତ୍ରଙ୍କ ନାମରେ ଏହି ଭେଲୋଡ୍ରମ୍ ର ନାମକରଣ କରାଯାଇଛି। ଆଜି ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ମୁଁ ଯାହା ଦେଖିଲି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସହିତ ଯୋଡ଼ି ହୋଇଛି- ଏକ ଦେଶ ଯେଉଁଠାରେ ଶିକ୍ଷା ଏବଂ କ୍ରୀଡ଼ା ଏକାସାଙ୍ଗରେ ଚାଲିଥାଏ ବୋଲି ମାଣ୍ଡଭିଆ କହିଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଉଦାହରଣ ଦେଇ ମନ୍ତ୍ରୀ ଦେଶର ଭବିଷ୍ୟତ ଗଢ଼ିବାରେ ଶିକ୍ଷାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଅଚ୍ୟୁତ ସାମନ୍ତଙ୍କ ଭଳି ଶିକ୍ଷାବିତ୍ଙ୍କ ହାତରେ ଦେଶର ଭବିଷ୍ୟତ ଥିବାରୁ ମୁଁ ସନ୍ତୁଷ୍ଟ। କିଟ, କିସ ଏବଂ କିମ୍ସ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି, ଯେଉଁମାନେ ଦାୟିତ୍ୱବାନ ନାଗରିକ ହେବେ। ମୁଁ ଯେଉଁଠି ବି ଯିବି, ଏଠାରେ ଦେଖିଥିବା…

Read More