Author: NAZMEEN PARWEEN

ସାଧାରଣ ଭାବରେ ଆପଣମାନେ ଜାଣିଥିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ୭ ରୁ ୧୨ ଟଙ୍କା ମଧ୍ୟରେ ହୋଇଥାଏ । ହେଲେ ବର୍ତ୍ତମାନ ସମୟରେ ବ୍ରିଟେନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡାକୁ ୨୦୦ ପାଉଣ୍ଡ ଅର୍ଥାତ୍ ୨୧ ହଜାର ଟଙ୍କାରେ ବିକ୍ରି ହୋଇଛି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମ୍ପୂର୍ଣ୍ଣ ଗୋଲାକାର ଆକୃତିର ହୋଇଥିବାରୁ ଏହି ଅଣ୍ଡାକୁ ‘ୱାନ୍ ଇନ୍ ଏ ବିଲିୟନ୍ ଏଗ୍’ ବୋଲି ମଧ୍ୟ କୁହାଯାଇଛି । ଏହି ଗୋଲାକାର ଅଣ୍ଡାକୁ ସର୍ବ ପ୍ରଥମେ ସ୍କଟଲାଣ୍ଡର ଏକ ସ୍ଥାନୀୟ ବଜାରରୁ ଜଣେ ମହିଳା କିଣିଥିଲେ । ଗୋଟିଏ ବାକ୍ସ ଭିତରେ ୧୫ଟି ଅଣ୍ଡା ଥିଲା ସେଥିରୁ ଏହି ନିଆରା ଅଣ୍ଡାଟି ମିଳିଥିଲା । ପରେ ମହିଳା ଜଣକ ସେହି ଅଣ୍ଡାକୁ ୟର୍କଶାୟରସ୍ଥିତ ଲେମ୍ବୋର୍ନ ଅଞ୍ଚଳରେ ରହୁଥିବା ଏଡ୍ ପାୱେଲଙ୍କୁ ବକି ଦେଇଥିଲେ । ଗୋଲାକାର ଆକୃତିର ଅଣ୍ଡାକୁ ଦେଖି ଏଡ୍ ବିମୋହିତ ହୋଇଯାଇଥିଲେ…

Read More