Author: NAZMEEN PARWEEN

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦଳାଚକଟାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏହାସହିତ ଅନେକ ଲୋକ ଆହତ ହୋଇଛନ୍ତି । ଏହାପରେ ତିରୁମାଲା ତିରୁପତି ଦେବସ୍ଥାନମ(TTD) ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗିଛନ୍ତି ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ । ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ କହିଛନ୍ତି କି, ମନ୍ଦିରରେ ଏକାଦଶୀ ଦର୍ଶନ ପାଇଁ ଟୋକନ ବଣ୍ଟାଯିବାର ଥିଲା । ତେଣୁ ୯୧ କାଉଣ୍ଟର ଖୋଲାଯାଇଥିଲା । ହେଲେ ଶ୍ରଦ୍ଧାଳୁଙ୍କ ଭିଡ ଅଧିକ ରହିଥିଲା । ତେଣୁ ଦଳାଚକଟା ସ୍ଥିତି ଉପୁଜିଥିଲା । ଘଟଣାରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ସୁବିଧା ଯୋଗାଯାଇଛି । ତେବେ ଟିଟିଡି ଇତିହାସରେ ପ୍ରଥମ ଥର ଏଭଳି ଘଟଣା ଘଟିଛି । ମୁଁ ସମସ୍ତ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗୁଛି । ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରଭୁ…

Read More