Author: NAZMEEN PARWEEN

ଆଜି ଶେଷ ହୋଇବ ପ୍ରବାସୀ ଭାରତୀୟ ସମ୍ମେଳନ ।  ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହରେ ଦେଢ଼ଶହରୁ ଊର୍ଦ୍ଧ୍ବ ରାଷ୍ଟ୍ରରୁ ପ୍ରାୟ ୭୦୦୦ ପ୍ରବାସୀ ଭାରତୀୟମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ଵିନୀ ବୈଷ୍ଣବ, ଓଡ଼ିଶାର ସାଂସଦ, ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାରୋହକୁ ଗତକାଲି ଉଦ୍‌ଘାଟନ କରିଥିଲେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପ୍ରବାସୀ ମେଳାରେ ଯୋଗ ଦେଇଛନ୍ତି ୨୪ଟି ଦେଶର ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନିତ କରିଛନ୍ତି । ଏହି ସମ୍ମେଳନ ସରିବା ପରେ ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶନ ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ଖୋଲା ରଖାଯାଇଛି । ସାଧାରଣ ଲୋକ ଆସି ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ଏହି…

Read More