Author: NAZMEEN PARWEEN

ବିଶ୍ୱ ପ୍ରଦୂଷଣ ମୁକାବିଲା ପାଇଁ ଫାଇଟୋରେମେଡିଏସନ୍ ପଦ୍ଧତି ଉପରେ ଏକ ପୁସ୍ତକ ଭୁବନେଶ୍ୱରସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ଏସ୍ଓଏ)ରେ ଉନ୍ମୋଚିତ ହୋଇଛି। ‘ଫାଇଟୋରେମିଡିଏସନ୍ ମାଧ୍ୟମରେ ପରିବେଶ ପ୍ରଦୂଷଣର ସ୍ଥାୟୀ ପରିଚାଳନା’ ଶୀର୍ଷକ ଏହି ପୁସ୍ତକକୁ ଏସ୍ଓଏର ଦୁଇ ଜଣ ଗବେଷକଙ୍କ ସମେତ ୪ ଜଣ ଗବେଷକ ସମ୍ପାଦନା କରିଛନ୍ତି। ଏହାକୁ ଏସ୍ଓଏର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଥିଲେ। ପାରମ୍ପରିକ ପ୍ରତିକାରମୂଳକ ଜ୍ଞାନକୌଶଳକୁ ମୂଲ୍ୟ-ନିଷେଧ ଭାବରେ ବିବେଚନା କରାଯାଉଥିବାରୁ ବିଶ୍ୱ ପ୍ରଦୂଷଣ ସମସ୍ୟାର ମୁକାବିଲା କରିବା ଏକ କଷ୍ଟକର ଚ୍ୟାଲେଞ୍ଜ । ବେଳେବେଳେ ପ୍ରତିକାର ପ୍ରକ୍ରିୟା ନିଜେ ପରିବେଶ ପ୍ରଦୂଷଣରେ ସହାୟକ ହୋଇଥାଏ। ତେବେ ବୈଜ୍ଞାନିକ ଓ ଗବେଷକଙ୍କ ମତରେ ଫାଇଟୋରେମିଡିଏସନ୍ ନାମକ ଏକ ଉଦ୍ଭିଦ ଭିତ୍ତିକ ସଫେଇ ପଦ୍ଧତି ପରିବେଶ ପ୍ରଦୂଷଣକୁ ଭଲ ଭାବେ ନିୟନ୍ତ୍ରଣ କରିପାରିବ। ବିଭିନ୍ନ ବିପଜ୍ଜନକ ପ୍ରଦୂଷଣକୁ ସଫା କରିବା ପାଇଁ ପାରମ୍ପରିକ ପ୍ରତିକାର ଜ୍ଞାନକୌଶଳର ଏକ…

Read More