Author: NAZMEEN PARWEEN

ଦିଲ୍ଲୀଠାରୁ ପ୍ରାୟ ୪୦ କିଲୋମିଟର ଦୂର ହରିୟାଣାର ଫରିଦାବାଦରେ ଫେବ୍ରୁଆରି ୭ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୩୮ତମ ସୁରଜକୁଣ୍ଡ ଅନ୍ତର୍ଜାତୀୟ କ୍ରାଫ୍ଟ ମେଳା ପାଇଁ ଓଡ଼ିଶା ଓ ମଧ୍ୟପ୍ରଦେଶକୁ ଥିମ୍ ଷ୍ଟେଟ୍ ଭାବେ ମନୋନୀତ କରାଯାଇଛି। ବିଶ୍ଵବିବିଧତାକୁ ଅନୁଭବ କରିବା ଏବଂ ସମୃଦ୍ଧ ସାଂସ୍କୃତିକ ନୃତ୍ୟ, କଳା, ହସ୍ତଶିଳ୍ପ ଓ ରୋଷେଇକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କୁ ଆକର୍ଷିତ କରୁଥିବା ଏହି ମେଳାରେ ପ୍ରଥମ ଥର ପାଇଁ ଦୁଇଟି ଥିମ୍ ଷ୍ଟେଟ୍ ରହିଛି। ୧୭ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଭୟ ଓଡ଼ିଶା ଓ ମଧ୍ୟପ୍ରଦେଶକୁ ସେମାନଙ୍କ କଳା ପ୍ରଦର୍ଶନ ପାଇଁ ଅଧିକ ସଂଖ୍ୟକ ଷ୍ଟଲ୍ ମିଳିବ। ଚଳିତ ବର୍ଷ ଏହି ମେଳାରେ ପ୍ରାୟ ୧୨୦୦ ଷ୍ଟଲ ରହିବ ଏବଂ ଥିମ୍ ରାଜ୍ୟର କାରିଗରମାନଙ୍କ ପାଇଁ ପ୍ରାୟ ୯୦ଟି ଷ୍ଟଲ ରଖାଯାଇଛି। ହରିୟାଣା ପର୍ଯ୍ୟଟନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ପାଖାପାଖି ୨,୦…

Read More