Author: NAZMEEN PARWEEN

ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୨୫ ପାର୍ କଲାଣି । ଜାତୀୟ ପାଣିପାଗ ସେବା ପକ୍ଷରୁ ସପ୍ତାହସାରା ପ୍ରବଳ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି । ପାହାଡ଼ିଆ ଅଞ୍ଚଳରେ ୭୦ କିଲୋମିଟର ବେଗରେ ପବନ ବହିବା ସହ ବିସ୍ଫୋରକ ବୃଦ୍ଧି ନେଇ ପାଣିପାଗ ବିଭାଗ ସତର୍କ କରାଇବା ସହ ତୁରନ୍ତ ସ୍ଥାନାନ୍ତର ନିର୍ଦ୍ଦେଶ ପାଳନ କରିବାକୁ ବାସିନ୍ଦା ମାନଙ୍କୁ ଅନୁରୋଧ କରାଯାଉଛି ।  ଅଧିକାରୀମାନେ ମଙ୍ଗଳବାରକୁ ସବୁଠାରୁ ବିପଜ୍ଜନକ ଦିନ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ରାତାରାତି ପରିସ୍ଥିତି ଖରାପ ହେବାର ଆଶଙ୍କା ରହିଛି । ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀମାନେ ତିନୋଟି ବଡ଼ ନିଆଁ ସହ ସଂଘର୍ଷ କରୁଛନ୍ତି ଯେଉଁଥିରୁ ଦୁଇଟିରେ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ୪୦,୫୮୮ ଏକରରୁ ଅଧିକ ଜମି ଜଳିଯାଇଛି ଏବଂ ୧୫୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରାଯାଇଛି ।  ସବୁଠାରୁ ବଡ଼…

Read More