Author: NAZMEEN PARWEEN

ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ସାମିଲ ହେଲା ୩ ଯୁଦ୍ଧ ଜାହାଜ । INS ସୁରତ, ନୀଳଗିରି ଓ ବାଗସିର ସମର୍ପିତ ହୋଇଛି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେନାବାହିନୀର ବୀର ଯବାନଙ୍କୁ ପିଏମ ଶୁଭେଚ୍ଛା ଜଣାଇଛନ୍ତି । ନୌସେନା ଗୌରବଶାଳୀ ଇତିହାସ ଥିବା କହିଛନ୍ତି ମୋଦି । ୩ ନୂଆ ଯୁଦ୍ଧ ଜାହାଜ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ନୌସେନାକୁ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି । ବିସ୍ତାରବାଦ ନୁହେଁ, ବିକାଶବାଦକୁ ନେଇ କାର୍ଯ୍ୟ କରାଯାଉଛି । ଭାରତର ଆର୍ଥିକ ଶକ୍ତି ସଶକ୍ତ ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତରେ ନିର୍ମିତ ଏହି ଜାହାଜରେ ଲାଗିଛି ଅତ୍ୟାଧୁନିକ ସେନ୍ସର ଓ ଯୁଦ୍ଧାସ୍ତ୍ର । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବ୍ରହ୍ମାସ ଏବଂ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମଧ୍ୟମ ଦୂରଗାମୀ ମିସାଇଲ ବାରାକ-୮ ସୁରତରେ ଲାଗିଛି।…

Read More