Author: NAZMEEN PARWEEN

ପ୍ରବଳ ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ତାପମାତ୍ରା ଲଗାତାର କମିବାରେ ଲାଗିଛି । ବୁଧବାର ଦିଲ୍ଲୀ-ଏନସିଆରରେ ଭୀଷଣ କୁହୁଡି ଦେଖିବାକୁ ମିଳିଛି । ଏହି କାରଣରୁ ଭିଜିବିଲିଟି ୧୦ ମିଟରରୁ କମିଯାଇଛି । ଗାଡ଼ିମୋଟରଗୁଡ଼ିକ ଧୀରେ ଧୀରେ ଗଡ଼ୁଛି । ଘନ କୁହୁଡି ଯୋଗୁ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ ଦିଲ୍ଲୀ ଏୟାରପୋର୍ଟରେ ମଧ୍ୟ ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ବର୍ତ୍ତମାନ ଯାଏ କୌଣସି ବିମାନର ମାର୍ଗ ପରିବର୍ତ୍ତନ କିମ୍ବା ବାତିଲ ନେଇ କିଛି ସୂଚନା ନ ଥିବା ଜଣେ ଅଧିକାରୀ କହିଛନ୍ତି । ‘ଇଣ୍ଡିଗୋ’ ସକାଳ ୮ଟା ୧୮ ମିନିଟରେ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି, ‘ଦିଲ୍ଲୀରେ କମ୍ ଭିଜିବିଲିଟି ଏବଂ କୁହୁଡ଼ି ହେତୁ ବିମାନ ବିଳମ୍ବ ହୋଇପାରେ । ଆମେ ପାଣିପାଗ ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସୁରକ୍ଷିତ ତଥା ସୂଚାରୁ ରୂପେ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟ ସ୍ଥଳକୁ ନେବାକୁ ଚେଷ୍ଟା…

Read More