Author: NAZMEEN PARWEEN

ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମା’ ଲୋଭବତୀ ପରିଡ଼ାଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ପୁରୀ ଜିଲ୍ଲା ନୂଆହାଟ ନିଭାରଣାରେ ରହୁଥିବା ତାଙ୍କର ୫ ସନ୍ତାନ ଥିବା ବେଳେ ପ୍ରଭାତୀଙ୍କର ତୃତୀୟ ସନ୍ତାନ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଲୋଭାବତୀ ଅସୁସ୍ଥ ଥିଲେ। ତାଙ୍କ ଦେହାନ୍ତ ଖବର ପାଇ ପ୍ରଭାତୀ ନିଜ ଗାଁକୁ ଚାଲିଯାଇଥିଲେ। ନୂଆହାଟ ନିଭାରଣାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।ତାଙ୍କ ବିୟୋଗ ପରେ ନିଆଳି ଓ ନିମାପଡ଼ାରେ ଶୋକର ଛାୟା ଖେଳିଯାଇଛି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି, ଜୀବନରେ ମା’ଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର ଓ ଅନନ୍ୟ। ମା’ଙ୍କ ସ୍ଥାନ କେହି ନେଇପାରିବେ ନାହିଁ। ଆଜି ମୋ ସାଙ୍ଗ ଶ୍ରୀମତୀ ପରିଡ଼ା ତାଙ୍କ ମା’ ଲୋଭାବତୀଙ୍କୁ ହରାଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ…

Read More