Author: NAZMEEN PARWEEN

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ତିନି ଦିନ ଧରି ପୂଜା ବନ୍ଦ ରହିଥିବା ସେବାୟତଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦର ବୁଧବାର ସମାଧାନ ହୋଇଛି। ଶ୍ରୀମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ପରେ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବୈଠକରେ ସେବାୟତଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏ ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏଡିଏମଙ୍କ ରିପୋର୍ଟ ଆଧାରରେ ମହାପ୍ରଭୁ ଲିଙ୍ଗରାଜଙ୍କ ସେବାରେ ବାଧା ସୃଷ୍ଟି କରିବା ପାଇଁ ଯେଉଁମାନେ ଦାୟୀ ରହିବେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିବାଦ କାରଣରୁ ଗତ ୩ ଦିନ ଧରି ମହାପ୍ରଭୁଙ୍କୁ ପ୍ରସାଦ ମଧ୍ୟ ଅର୍ପଣ କରାଯାଇନଥିଲା। ବୈଠକରେ ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗର ପ୍ରତିନିଧିଙ୍କ ସମେତ ମନ୍ଦିର ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ। ବିବାଦର ସମାଧାନ ହେବା ପରେ ମନ୍ଦିର ଭିତରେ ଦେବଦେବୀଙ୍କ ରୀତିନୀତି…

Read More