Author: NAZMEEN PARWEEN

ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ପାଇଁ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଉତ୍ସବ ମୁଖର । ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ତଥା ହୀରକ ତ୍ରିଭୁଜ କହୁଯାଉଥିବା ଲଳିତଗିରି, ଉଦୟଗିରି ଓ ରତ୍ନଗିରି ପୀଠ ଚଳଚଞ୍ଚଳ । ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ମନ୍ତ୍ରଗାନ ଓ ପ୍ରାର୍ଥନାରେ ଗୁଞ୍ଜରିତ ସମଗ୍ର ପରିବେଶ । ପ୍ରତ୍ୟେହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଠାରେ ଚାଲିଛି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ। ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ମନ୍ତ୍ର ଗାନ ଓ ପ୍ରାର୍ଥନାରେ ଗୁଞ୍ଜରିତ ହୋଇ ଉଠୁଛି ସମଗ୍ର ପରିବେଶ।ସମାରୋହରେ ବିଭିନ୍ନ ଦେଶ ବିଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ ଓ ପ୍ରତିନିଧି ମଣ୍ଡଳୀ ପବିତ୍ର ଧର୍ମଗ୍ରନ୍ଥ ପାଠ କରୁଛନ୍ତି । ଉଦୟଗିରିର ମାଧବପୁର ବୌଦ୍ଧ ବିହାର ଅଗଣାରେ ବିନୟ ପିଟକ ଗ୍ରନ୍ଥର ଅଧ୍ୟାୟ ପାଠ କରାଯାଉଛି।  ସେହିପରି ମହାସ୍ତୁପର ପଛ ପାର୍ଶ୍ଵରେ…

Read More