Author: NAZMEEN PARWEEN

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗାରତ୍ନମ୍ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ। ଦୁଇ ଦଶନ୍ଧି ଧରି ଦୁଇ ଦଶନ୍ଧି ଧରି ଚାଲିଥିବା ସମ୍ପର୍କକୁ ସ୍ମରଣ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣକ୍ରମେ ଭାରତ ଗସ୍ତରେ ଆସିଥିବା ଥର୍ମାନ ଦୁଇ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସି କୋଣାର୍କ ସୂର୍ଯ୍ୟ ମନ୍ଦିର, ଟିକା ଉତ୍ପାଦନ କାରଖାନା ଓ ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବେ।ତାଙ୍କ ସହ ମନ୍ତ୍ରୀ, ସାଂସଦ ଓ ଅଧିକାରୀଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସୁଛନ୍ତି। ବିଶେଷ କରି ରାଜ୍ୟରେ ଦକ୍ଷତା ବିକାଶ ଇକୋସିଷ୍ଟମକୁ ଆହୁରି ଉନ୍ନତ କରିବା ପାଇଁ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ (ଟିଭିଇଟି)ରେ ସହଯୋଗ କରିବା ପାଇଁ ସିଙ୍ଗାପୁର ରାଷ୍ଟ୍ରପତି ଅପରାହ୍ନରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ…

Read More