Author: NAZMEEN PARWEEN

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଛି ପବିତ୍ର ମହାକୁମ୍ଭ ମେଳା । ଏଠାକୁ ଦେଶ ବିଦେଶରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ହେଲେ ରବିବାର ଦିନ ଅପରାହ୍ନ ୪ଟାରେ ଲାଗିଥିବା ନିଆଁ ଯୋଗୁଁ ସମସ୍ତେ ଭୟଭୀତ ହୋଇପଡିଥିଲେ । ରବିବାର ପ୍ରୟାଗରାଜର ସେକ୍ଟର-୧୯ ଅଖିଳ ଭାରତୀୟ ଧର୍ମ ସଂଘ ଗୀତା ପ୍ରେସ୍ ଗୋରଖପୁର କ୍ୟାମ୍ପରେ ଲାଗିଲା ନିଆଁ । ନିଆଁ ଏତେ ଭୟାବହ ହେଲା ଯେ କ୍ୟାମ୍ପରୁ ଚାରିଆଡ଼େ ଖେଳିହୋଇଗଲା । ଅଗ୍ନିକାଣ୍ଡ ଯୋଗୁଁ ପାଖାପାଖି ୧୮୦ କଟେଜ ଜଳିଯାଇଛି । ରବିବାର ଅପରାହ୍ନ ୪ଟା ବେଳେ ମେଳାରେ ନିଆଁ ଲାଗିବା ଯୋଗୁଁ ଭୟଭୀତ ହୋଇପଡିଥିଲେ ଶ୍ରଦ୍ଧାଳୁ । ଶାସ୍ତ୍ରୀ ବ୍ରିଜ୍ ଏବଂ ରେଲୱେ ବ୍ରିଜ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ନିଆଁ ଲାଗିଥିଲା । ଗୀତା ପ୍ରେସ ଗୋରଖପୁର ଶିବିରରେ ନିଆଁ ଜଳାଯାଇଥିଲା, ଫଳରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ନିଆଁ ଚାରିଆଡେ ବ୍ୟାପିଥିଲା । ୧୮୦ କଟେଜ ଜଳିପୋଡି ପାଉଁଶ ହୋଇଯାଇଥିଲା…

Read More