Author: NAZMEEN PARWEEN

ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ ।  ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ ।  ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।  ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଭାରତୀୟ ସମୟ ସୋମବାର ରାତି ସାଢେ ୧୦ଟା ବେଳେ ୪୭ତମ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ।  ଶପଥ ଗ୍ରହଣ ପାଇଁ ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡିସିରେ ପହଞ୍ଚି ସାରିଛନ୍ତି ।  ସାଙ୍ଗରେ ସ୍ତ୍ରୀ ମେଲାନିଆ ଓ ପୁଅ ବାରନ ମଧ୍ୟ ଅଛନ୍ତି ।  ଆଜି ଶପଥ ଗ୍ରହଣ ପୂର୍ବରୁ ଚର୍ଚ୍ଚରେ ପ୍ରାର୍ଥନା କରିବା ପରେ ହ୍ୱାଇଟ ହାଉସରେ ପହଞ୍ଚିବେ । ସେଠାରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଯିବେ ଟ୍ରମ୍ପ ।  ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ…

Read More