Author: NAZMEEN PARWEEN

କୋଲକାତା ଆରଜି କର ହସ୍ପିଟାଲ ମାମଲାରେ ଆଜି ଦଣ୍ଡ ଶୁଣାଣି । ଦୋଷୀ ସାବ୍ୟସ୍ତ ହୋଇଥିବା ସଂଜୟ ରାୟକୁ ଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ । କୋର୍ଟ ଫାଶୀ ଦେବେ ନା ଆଜୀବନ କାରାଦଣ୍ଡ ଏହାକୁ ସମସ୍ତଙ୍କ ଅପେକ୍ଷା । ସଂଜୟ ରାୟକୁ ଶନିବାର ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସଞ୍ଜୟ ରାୟକୁ ବିଏନଏସ ସେକ୍ସନ ୬୪, ୬୬ ଏବଂ ୧୦୩(୧) ଅଧିନରେ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ ଧାରା ୬୪,୬୬, ୧୦୩/୧ ଲାଗୁ କରାଯାଇଛି । ଅଭିଯୁକ୍ତଙ୍କ ଆରଜି କର ମେଡିକାଲ କଲେଜର ବାହାନା କରି ହସ୍ପିଟାଲର ସେମିନାର ରୁମକୁ ଯାଇ ସେଠାରେ ବିଶ୍ରାମ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ଆକ୍ରମଣ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ । ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ମାମଲାର ଶୁଣାଣି…

Read More