Author: NAZMEEN PARWEEN

ଆଖି ବୁଜିଲା ହାତୀ ଛୁଆ । ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ହୋଇଛି । ତା ବୟସ ୫ରୁ ୬ ବର୍ଷ ହେବ । ତା ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ପୋକାମୁଣ୍ଡା ଗାଁରେ ଥିବା ଏକ ମୋରମ ଖଣିରେ ଉକ୍ତ ହାତୀ ଛୁଆଟି ଖସି ପଡିଥିଲା । ଚଳିତ ମାସ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲା ଏହି ହାତୀ ଛୁଆ । ହାତୀ ଶାଳର ଏକ ସ୍ବତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ହାତୀ ଛୁଆକୁ ରଖାଯାଇ ଚିକିତ୍ସା କରାଯାଉଥିଲା । ଅବସ୍ଥା ଏତେ ସଙ୍କଟାପନ୍ନ ଥିଲା ଯେ ତାକୁ ଏକ କ୍ରେନ୍ ସାହାଯ୍ୟରେ ଉଠାଯାଇ ଚିକିତ୍ସା ପାଇଁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗତକିଛି ଦିନ…

Read More