Author: NAZMEEN PARWEEN

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ବିଦ୍ୟାଳୟରେ ନିୟୋଜିତ ରୋଷେୟାଙ୍କ ମାସିକ ପାରିଶ୍ରମିକରେ ୫୦% ବୃଦ୍ଧି ଘୋଷଣା କରିଛନ୍ତି। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ପରିବେଷଣ ପାଇଁ ବିଦ୍ୟାଳୟରେ ନିୟୋଜିତ ରୋଷେୟା-କମ ସହାୟକଙ୍କ ମାସିକ ଦରମା ୨,୦ ଟଙ୍କାରୁ ୩,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଦରମା ବୃଦ୍ଧି ଦ୍ୱାରା ସାରା ରାଜ୍ୟରେ ୧,୧୨,୦୯୦ ରୋଷେୟା-କମ-ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୧୧୨.୯ କୋଟି ଟଙ୍କା ଖର୍ଚ୍ଚ କରିବେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ରୋଷେୟାମାନେ ରାଜ୍ୟର ୫୦,୬୧୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏମ୍ଡିଏମ୍ ପ୍ରସ୍ତୁତ କରି ସେବା ପ୍ରଦାନ କରୁଛନ୍ତି। Also read https://purvapaksa.com/the-governor-will-hoist-the-tricolor-in-bhubaneswar-on-the-occasion-of-republic-day/ https://purvapaksa.com/the-governor-will-hoist-the-tricolor-in-bhubaneswar-on-the-occasion-of-republic-day/

Read More