Author: NAZMEEN PARWEEN

ଆସନ୍ତା ଜାନୁଆରି ୨୮ ତାରିଖରେ ବହୁ ପ୍ରତୀକ୍ଷିତ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫କୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଦ୍ୱିତୀୟ ଓଡ଼ିଶା ଗସ୍ତରେ ଆସୁଛନ୍ତି।ଜାନୁଆରୀ ୯ ରେ ସେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟା ୩୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଜନତା ମଇଦାନ ଅଭିମୁଖେ ଯାତ୍ରା କରିବେ, ଯେଉଁଠାରେ ସେ ପୂର୍ବାହ୍ନ ୧୧ଟାରେ ଦୁଇ ଦିନିଆ ସମ୍ମିଳନୀକୁ ଉଦ୍ ଘାଟନ କରିବେ। ଡେରାଡୁନ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୯୦ ମିନିଟ୍ ବିତାଇବେ ଏବଂ ଶିଳ୍ପପତି ଏବଂ ନିବେଶକଙ୍କ ସମାବେଶକୁ ସମ୍ବୋଧିତ କରିବେ ବୋଲି ଆଶା କରାଯାଉଛି। ଜାନୁଆରୀ ୨୮ ଓ ୨୯ ତାରିଖରେ ହେବାକୁ ଥିବା ଏହି କନ୍ କ୍ଲେଭ୍ ରେ ବିଶ୍ୱସ୍ତରୀୟ ଉଦ୍ୟୋଗ ନେତା, ନୀତି ନିର୍ଧାରକ…

Read More