Author: NAZMEEN PARWEEN

କଳିଙ୍ଗ ହସ୍ପିଟାଲଲିମିଟେଡ୍ (କେଏଚ୍ଏଲ୍) ପକ୍ଷରୁ  ଭୁବନେଶରରେ ଏକ ଜରୁରୀ ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର ଖୋଲାଯାଇଛି। ନିକଟରେ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ସୀତା କଣ୍ଠ ଦାଶ ବିଶିଷ୍ଟ ବ୍ୟକ୍ତି, ଡାକ୍ତର ଓ ଜନସାଧାରଣଙ୍କ ଉପସ୍ଥିତିରେ ଏହି ନୂତନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ରୋଗୀମାନେ ଯେପରି ତୁରନ୍ତ ଏବଂ ସଠିକ ଯତ୍ନ ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏହି କେନ୍ଦ୍ରରେ ଉନ୍ନତ ଚିକିତ୍ସା ଜ୍ଞାନକୌଶଳ, ଉଚ୍ଚ ପ୍ରଶିକ୍ଷିତ ପେସାଦାର ଏବଂ ଶୃଙ୍ଖଳିତ ପ୍ରୋଟୋକଲ ରହିଛି । ବୟସ୍କ, ଶିଶୁ ଓ ନବଜାତ ରୋଗୀଙ୍କ ପାଇଁ ସାମାନ୍ୟ ଆଘାତଠାରୁ ଆରମ୍ଭ କରି ଜୀବନ ପ୍ରତି ବିପଦ ଜନକ ଟ୍ରମା ମାମଲା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତିକୁ ପୂରଣ କରିବା ପାଇଁ ଏହି ସୁବିଧା ପ୍ରସ୍ତୁତ କରାଯାଇଛି। ଏହି ପରିବର୍ତ୍ତିତ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର ଓଡ଼ିଶାବାସୀଙ୍କ ପାଇଁ ଆଶାର କିରଣ…

Read More