Author: NAZMEEN PARWEEN

ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଏକ ନୂଆ ଅତିଥି ପହଞ୍ଚିଛନ୍ତି। ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଥିବା ଚିଡ଼ିଆଖାନାର ୭ ବର୍ଷର ସିମ୍ପାଞ୍ଜି ‘ଦୁର୍ଗା’ ଏକ ଶିଶୁକୁ ଜନ୍ମ ଦେଇଛି। ୨୩୮ ଦିନର ଗର୍ଭାବସ୍ଥା ପରେ ଦୁର୍ଗା ପୁରୁଷ ସିମ୍ପାଞ୍ଜି ‘ଜୁଲୁ’ଙ୍କ ସହ ମିଶି ମା’ ହୋଇଥିଲେ। ମା’ ଭାବେ ଦୁର୍ଗାଙ୍କର ଏହା ପ୍ରଥମ ଅନୁଭୂତି। ଦୁର୍ଭାଗ୍ୟବଶତଃ, ନନ୍ଦନକାନନର ସବୁଠାରୁ ବୟସ୍କ ସିମ୍ପାଞ୍ଜି ଜୁଲୁଙ୍କର ୨୦୨୪ ଡିସେମ୍ବର ୩୦ ତାରିଖରେ ବାର୍ଦ୍ଧକ୍ୟଜନିତ ରୋଗରେ ମୃତ୍ୟୁ ଘଟିଥିଲା। ଦୁର୍ଗା ଏବଂ ତାଙ୍କ ଶିଶୁକୁ ଏବେ ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯାଇଛି । ମା’ ଓ ଶିଶୁ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଏହି ଶିଶୁ ଜନ୍ମ ହେବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। Also read https://purvapaksa.com/sum-health-care-services-to-invest-rs-1000-cr-to-set-up-multi-speciality-hospitals-in-all-odisha-districts/ https://purvapaksa.com/sum-health-care-services-to-invest-rs-1000-cr-to-set-up-multi-speciality-hospitals-in-all-odisha-districts/

Read More