Author: NAZMEEN PARWEEN

ଲଗାତାର ୪ ଟି ସୋମବାର ସ୍ଥଗିତ ରହିବା ପରେ ଆସନ୍ତା ୩ ତାରିଖରେ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ଆରମ୍ଭ ହେବ। ଆସନ୍ତା ଫେବ୍ରୁଆରି ୩ ତାରିଖ (ସୋମବାର) ଭୁବନେଶ୍ୱର ୟୁନିଟ୍-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହେବ। ଅଭିଯୋଗ ଶୁଣାଣି ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଜାନୁଆରୀ ୩୧ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ, ଯେଉଁଥିରେ ୧୦୦୦ ପଞ୍ଜୀକରଣ ର ସୀମା ରହିବ। ଆଗ୍ରହୀ ବ୍ୟକ୍ତିମାନେ ଜନସୁନାନି ପୋର୍ଟାଲ (https://janasunani.odisha.gov.in/) କିମ୍ବା ମୋବାଇଲ ଆପ ଜରିଆରେ ସାଇନ ଅପ କରିପାରିବେ। ନିର୍ଦ୍ଧାରିତ ବୈଠକରେ ପଞ୍ଜୀକରଣ ସ୍ୱୀକୃତି, ପରିଚୟପତ୍ର ଏବଂ ଅଭିଯୋଗ ପତ୍ର ଆଣିବାକୁ ପଡ଼ିବ। ଏନେଇ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତ ୪ ସୋମବାର ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟଯୋଗୁଁ ଭୁବନେଶ୍ୱର ୟୁନିଟ-୫ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Read More