What's Hot
Author: NAZMEEN PARWEEN
ବରଗଡ଼ ଜିଲ୍ଲା ବରପାଲି କଲେଜରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ପୁଲିସ ୧୦ ଜଣ ଛାତ୍ର ଓ ଜଣେ କିରାଣୀଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ତୃତୀୟ ସେମିଷ୍ଟର ପରୀକ୍ଷାର ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ରକୁ ଏକ ଜେରକ୍ସ ଦୋକାନରେ ଫଟୋକପି କରି ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ସମୟରେ ସ୍ପେଶାଲ ସ୍କ୍ବାଡ୍ ପକ୍ଷରୁ ଯାଞ୍ଚ ବେଳେ ଏହି ଘଟଣା ସାମ୍ନାକୁ ଆସିବା ପରେ କଲେଜ ଅଧ୍ୟକ୍ଷ ଥାନାରେ ଅଭିଯୋଗ କରିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ପ୍ରଶ୍ନପତ୍ର ସମ୍ବଲପୁର ଜିଲ୍ଲା ନାକଟିଦେଉଳରୁ ଅଣାଯାଇଥିଲା । ଏହାପରେ ପୁଲିସ ଏହାକୁ ବିକ୍ରି କରୁଥିବା ଛାତ୍ରଛାତ୍ରୀ, କମ୍ପ୍ୟୁଟର ଦୋକାନମାଲିକ ଓ ତେଜରାତି ଦୋକାନମାଲିକଙ୍କୁ ଅଟକ ରଖିଥିଲା।ଅକ ତଦନ୍ତ ଜାରି ରହିଧିଛି ବୋଲି ସୂତ୍ରରୁ ପ୍ରକାଶ। Also read https://purvapaksa.com/finance-minister-nirmala-sitharaman-tables-economic-survey-2024-25-fy26-growth-projected-at-6-3-6-8/ https://purvapaksa.com/finance-minister-nirmala-sitharaman-tables-economic-survey-2024-25-fy26-growth-projected-at-6-3-6-8/
