Author: NAZMEEN PARWEEN

Prime minister Narendra modi: ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସମସ୍ତେ ମେଦବହୁଳତା ହ୍ରାସ କରିବା ପାଇଁ ଦୁଇଟି କାମ କରିବା ଉଚିତ। ପ୍ରଥମତଃ, ପ୍ରତିଦିନ ବ୍ୟାୟାମ କରନ୍ତୁ ଏବଂ ଦ୍ୱିତୀୟତଃ, ସନ୍ତୁଳିତ ଖାଦ୍ୟ ନିଅନ୍ତୁ। ଦେଶରେ ପ୍ରାୟ ୧୦ କୋଟି ଲୋକ ମେଦବହୁଳର ଶିକାର ହୋଇଛନ୍ତି। ଏହି ମେଦବହୁଳ ଯୋଗୁଁ ମଧୁମେହ, ହୃଦରୋଗ ସମେତ ଅନେକ ରୋଗର ଆଶଙ୍କା ବଢ଼ିଯାଏ।  ବଲିଉଡ ଅଭିନେତା ଅକ୍ଷୟ କୁମାର ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ହୃଦୟର ସହିତ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ସ୍ୱାସ୍ଥ୍ୟ ଟିପ୍ସକୁ ଅନେକ ଡାକ୍ତର ମଧ୍ୟ ଉତ୍କୃଷ୍ଟ ବୋଲି ବିବେଚନା କରିଛନ୍ତି। ଏକ କାର୍ଯ୍ୟକ୍ରମକୂ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ପରିସଂଖ୍ୟାନ ଦର୍ଶାଉଛି ଯେ ଦେଶରେ ମେଦବହୁଳ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଚିନ୍ତାର ବିଷୟ ହେଉଛି ଯେ ଯୁବପିଢ଼ି ଗୁରୁତର ଭାବରେ ପ୍ରଭାବିତ ହେଉଛନ୍ତି।  ମେଦବହୁଳ ଯୋଗୁଁ…

Read More