Author: NAZMEEN PARWEEN

ଅର୍ଥମନ୍ତ୍ରୀଙ୍କ ବଜେଟକୁ ସେୟାର ବଜାର ପ୍ରତ୍ୟାଖାନ କରିଛି । ବଜେଟ ପୂର୍ବରୁ ସେୟାର ବଜାରରେ କିଛିଟା ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ବଜେଟ୍ ଭାଷଣ ସହିତ ସେୟାର ବଜାରରେ ବିକ୍ରି ବଢିଥିଲା । ଯାହାର ପ୍ରଭାବରେ ନିଫ୍ଟି ଓ ସେନସେକ୍ସ ସୂଚକାଙ୍କ ତଳମୁହାଁ ହୋଇଥିଲେ । ରିପୋର୍ଟ ଲେଖାଯିବା ବେଳକୁ ନିଫ୍ଟି ସୂଚକାଙ୍କ ୯୮ ପଏଣ୍ଟ ହ୍ରାସ ପାଇ ୨୩୪୦୯ରେ ଥିବା ବେଳେ ସେନସେକ୍ସରେ ୨୩୮.୩୮ ପଏଣ୍ଟ ହ୍ରାସ ହୋଇ ୭୭୨୬୨.୧୯ ଥିଲା । ବଜେଟରେ ରାଷ୍ଟ୍ରାୟତ ଉଦ୍ୟୋଗଙ୍କ ପାଇଁ କୌଣସି ବୁଷ୍ଟର ଡୋଜ୍ ନଥିବାରୁ ପିଏସୟୁ ସେୟାର ମଧ୍ୟ ନିମ୍ନଗାମୀ ହୋଇଛନ୍ତି । ଇରେଡା,ଆଇଆରଏଫସି ଭଳି ସେୟାର ମୂଲ୍ୟରେ ୨ରୁ ୫ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ମୋଟାମୋଟି ଭାବେ ନିର୍ମଳାଙ୍କ ବଜେଟକୁ ନେଇ ସେୟାର ବଜାରରେ ଉତ୍ସାହ ନାହିଁ । Also read https://purvapaksa.com/states-odisha-2025-feb-01-odisha-selects-six-prime-destinations-for-homestays/ https://purvapaksa.com/states-odisha-2025-feb-01-odisha-selects-six-prime-destinations-for-homestays/

Read More