Author: NAZMEEN PARWEEN

Union Budget 2025-26: କୃଷି, ବିପର୍ଯ୍ୟୟ ପରିଚାଳନା ଏବଂ ସହରାଞ୍ଚଳ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମହାକାଶ ଭିତ୍ତିକ ପ୍ରୟୋଗକୁ ସମନ୍ୱିତ କରିବା ଏହି ବର୍ଦ୍ଧିତ ପୁଞ୍ଜିନିବେଶର ଲକ୍ଷ୍ୟ । ବଜେଟରେ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ ଉପରେ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ସୀତାରମଣ ନ୍ୟାସନାଲ ଜିଓସ୍ପେସିଆଲ ମିଶନ ଘୋଷଣା କରିଛନ୍ତି । ଭାରତ ଚନ୍ଦ୍ରଯାନ-୪ ସମେତ ଅନେକ ବଡ଼ ମହାକାଶ ଅଭିଯାନ ବିକଶିତ କରିବା ପାଇଁ କାମ କରୁଛି। ଭାରତର ମହାକାଶ ଅଭିଳାଷକୁ ପ୍ରୋତ୍ସାହନ ଦେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ୨୦୨୫-୨୬ରେ ମହାକାଶ ବିଭାଗ ପାଇଁ ୧୩,୪୧୫.୨୦ କୋଟି ଟଙ୍କାର ଯଥେଷ୍ଟ ଆବଣ୍ଟନ ଘୋଷଣା କରିଛନ୍ତି, ଯାହା କି ପୂର୍ବ ବର୍ଷର ୧୩,୦୪୨.୭୫ କୋଟି ଟଙ୍କାର ଆବଣ୍ଟନ ତୁଳନାରେ ଉଲ୍ଲେଖନୀୟ ବୃଦ୍ଧି। ବଜେଟରେ ମହାକାଶ ଗବେଷଣା ପାଇଁ ୬,୧୦୩ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି, ଯାହା ଉପଗ୍ରହ ଉତକ୍ଷେପଣ ଏବଂ ଗଭୀର ମହାକାଶ ଅଭିଯାନ ସମେତ ବିଭିନ୍ନ ମହତ୍ତ୍ୱାକାଂକ୍ଷୀ…

Read More