Author: NAZMEEN PARWEEN

Budget 2025: ଗୋଟିଏ ପଟେ ୨୦୨୫ ବଜେଟରେ ଟିକସ ରିହାତି ଓ ଅନ୍ୟାନ୍ୟ ଘୋଷଣା ପରେ ସରକାର ନିଜ ପିଠି ଥାପୁଡାଇଥିଲାବେଳେ ବିରୋଧୀ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ବଜେଟ୍ ଗୁଳିର କ୍ଷତରେ ବ୍ୟାଣ୍ଡେଜ ଲଗାଇବା ପରି।  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ମଧ୍ୟବିତ୍ତଙ୍କୁ ଦୃଷ୍ଟିରେ ରଖି ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ବଜେଟରେ ଆୟକର ରିହାତି ଦିଆଯାଇଛି। ଏଥିସହ ଯୁବକ ଓ ବୟସ୍କଙ୍କ ପାଇଁ ଅନେକ ଘୋଷଣା କରାଯାଇଛି। ସରକାର ଏହି ବଜେଟକୁ ଏପର୍ଯ୍ୟନ୍ତ ସବୁଠାରୁ ଭଲ ବୋଲି କହୁଥିବାବେଳେ ବିରୋଧୀ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ରାୟବରେଲିର ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ବଜେଟକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାରଙ୍କୁ ଟାର୍ଗେଟ  ବଜେଟ୍ ଉପସ୍ଥାପିତ ହେବା ପରେ ରାହୁଲ ଗାନ୍ଧି ସୋସିଆଲ…

Read More