Author: NAZMEEN PARWEEN

ସକାଳୁ ଉଠି ମୁହଁ ଧୋଇବା ପୂର୍ବରୁ ଫୋନ୍‌ର ସ୍କ୍ରିନ୍‌କୁ ଦେଖିବା— ଏହା ଏବେ ଯୁବ ସମାଜର ଏକ ଅଭ୍ୟାସରେ ପରିଣତ ହୋଇଛି। ଫେସବୁକ୍‌, ହ୍ୱାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌, ଯୁଟ୍ୟୁବ୍‌— ସାମାଜିକ ଗଣମାଧ୍ୟମ ଆମ ଦୈନିକ ଜୀବନର ଅଂଶ। ଏହି ମାଧ୍ୟମ ମାଧ୍ୟମରେ ଆମେ ସମ୍ପର୍କ ଗଢ଼ୁଛୁ, ସୂଚନା ପାଉଛୁ, ମତ ରଖୁଛୁ, ଆନ୍ଦୋଳନ କରୁଛୁ। କିନ୍ତୁ ଏହି ସାମାଜିକ ମାଧ୍ୟମ ମଧ୍ୟରେ ଏବେ ଅସାମାଜିକ କାର୍ଯ୍ୟର ବୃଦ୍ଧି ଚିନ୍ତାଜନକ ଭାବେ ବଢ଼ୁଛି। ଅଶ୍ଳୀଳ ଭାଷାରେ ରୋଷ୍ଟିଙ୍ଗ୍‌ ଠାରୁ ଆରମ୍ଭ କରି ଚରିତ୍ର ସଂହାର, ଫେକ୍ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଠକେଇ, ସାମ୍ପ୍ରଦାୟିକ ଉତ୍ତେଜନା— ସବୁ କିଛି ଏହି ଡିଜିଟାଲ ମଞ୍ଚରେ ହେଉଛି। ଯେଉଁଠି ସାମାଜିକ ଗଣମାଧ୍ୟମ ଆମକୁ ସୁବିଧା ଦେଉଛି, ସେଠି ଅକଳରେ ମଧ୍ୟ ପକାଉଛି। ଅଭିଯୋଗର ସଂଖ୍ୟା— ଚିନ୍ତାର ସଙ୍କେତ ଗତବର୍ଷ କ୍ରାଇମବ୍ରାଞ୍ଚର ସୋସିଆଲ ମିଡିଆ ସେକ୍ସନକୁ ୬୦୦୯ଟି ଅଭିଯୋଗ ଆସିଥିଲା। ସେଥିରୁ ୩୮୪୭ଟି ସମାଧାନ ହୋଇଛି। ୪୧୩ଟି ସାମ୍ପ୍ରଦାୟିକ ଉତ୍ତେଜନାକାରୀ…

Read More