Author: NAZMEEN PARWEEN

ମୋ ବସ୍ ଧକ୍କାରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣା । କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଆଇଛି । ଏହାପରେ ସେଠାରେ ଯେଉଁ ସ୍ଥାନୀୟବାସୀ ରାସ୍ତାରୋକ କରିଥିଲେ ସେମାନେ ହଟିଛନ୍ତି । ଡ୍ରାଇଭରର ଭୁଲ ପାଇଁ ଦୁର୍ଘଟଣାକୁ ସ୍ୱୀକାର କଲେ କତ୍ତୃପକ୍ଷ । ସୂଚନା ଅନୁସାରେ ଆଜି ସକାଳୁ ନାବାଳିକାଙ୍କ ଜୀବନ ନେଇଛି ମୋ ବସ୍ । ନନ୍ଦନକାନନ ରାସ୍ତା ରଘୁନାଥପୁର ନିକଟରେ ଘଟିଥିଲା ଦୁର୍ଘଟଣା ।  ଘରୁ ସାଇକେଲ ନେଇ ନନ୍ଦନକାନନ ଛକକୁ ଯାଉଥିଲେ ୧୩ ବର୍ଷ ବୟସ୍କ ନାବାଳିକା ।  ପଛରୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ମୋ ବସ୍  । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । କାନ୍ଦବୋବାଳିରେ ପାଟି ପଡିଥିଲା ପରିବେଶ । ଛାତିକୁ ପିଟି ପିଟି ରାସ୍ତା ଉପରେ ଗଡିଯାଇଥିଲା ମାଆ ।  ମୋ ଝିଅ ଆଉ ଫେରିବନି କହି ମୁଣ୍ଡ ଗଡ଼ାଉଥିଲା ।…

Read More