Author: NAZMEEN PARWEEN

ଆପଣମାନେ ଜାଣିଥିବେ ସମସ୍ତଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନଙ୍କ ରୂପ । କିନ୍ତୁ ଯଦି ଡାକ୍ତରମାନେ ଏଭଳି କାଣ୍ଡ ରଚାଇବେ ତେବେ କାହା ଉପରେ ବା ଭରଷା କରିବେ ଲୋକେ । ଡାକ୍ତର ଜୀବନ ବଞ୍ଚାଇବା ସ୍ଥାନରେ ରୋଗୀଙ୍କୁ କରିଛନ୍ତି ଦୁର୍ବ୍ୟବହାର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ । ଯାହାପରେ ଚିକିତ୍ସାଳୟ ଗେଟ୍ ସମ୍ମୁଖରେ ରୋଗୀଙ୍କ ସହ ପରିବାର ଲୋକେ ଧାରଣା ଦେଇଥିଲେ । ଦୀର୍ଘ ପାଞ୍ଚ ଦିନ ହେଲା ନୀଳଗିରି ଚୀମିନି ଭାଟି ଅଞ୍ଚଳର ଖକନ ବେହେରା ହୃଦରୋଗରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି ମେଡ଼ିକାଲ ଖକନଙ୍କ ପାଖରେ ପରିବାର ଲୋକ ନଥିବା ବେଳେ ହଠାତ ଜଣେ ମେଡ଼ିକାଲ କର୍ମଚାରୀ ରୋଗୀଙ୍କ ପାଖରେ ପହଞ୍ଚି ତାଙ୍କୁ ରେଫର କରିବା ପାଇଁ ଜୋର ଜବରଦସ୍ତି ଓ ଦୁର୍ବ୍ୟବହାର କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିଛି…

Read More