Author: NAZMEEN PARWEEN

ବଦଳିଲା ଛବିଳ ମଧୁ ବର୍ଣ୍ଣବୋଧର ରୂପରେଖ। ହଟିଛି ବିଲେଇ, ରହିଛି ହରିଣର ଚିତ୍ର। ଛବିଳ ମଧୁ ବର୍ଣ୍ଣବୋଧର ରଙ୍ଗ ପୂର୍ବରୁ ଥିଲା କମଳା, କଳା ଓ ଧଳା। କିନ୍ତୁ ଏବେ ନୀଳ, ହଳଦିଆ, କମଳା ଓ ଧଳା ରଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ୧୯୦୧ ମସିହାରେ ଏକ ଅଣାରେ ବର୍ଣ୍ଣବୋଧ ଲେଖାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ୧୯୦୧ ମସିହା ପୁରୁଣା ସମୟକୁ ଫେରିପାଇଛୁ। ଭକ୍ତକବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚିତ ହୋଇଛି। ଏହାର ଡିଜିଟାଲ ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମେ ପୁରୁଣା ସଂସ୍କରଣକୁ ନଷ୍ଟ ନକରି ନିର୍ଭୁଲ ଭାବେ ନୂଆ ସଂସ୍କରଣ ଆଣିଛୁ। ମାତ୍ର ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି, ମଧୁସୂଦନ ରାଓଙ୍କ ଛବିଳ ମଧୁ ବର୍ଣ୍ଣବୋଧ ଯାହା ୧୯୦୧ ମସିହାରେ ପ୍ରକାଶ ପାଇଥିଲା ତାହା ମୂଳ ବର୍ଣ୍ଣବୋଧ ନ ଥିଲା।…

Read More